ଭାରତୀୟ ସ୍ପେସ୍ ଆସୋସିଏସନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସ୍ପେସ୍ ଆସୋସିଏସନର ଶୁଭାରମ୍ଭ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବା ସହିତ ସ୍ପେସ୍ କମ୍ପାନୀର ପ୍ରତିନିଧିମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କି ଭାରତରେ ସ୍ପେସ୍ କ୍ଷେତ୍ର ଓ ସ୍ପେସ୍ ଟେକନୋଲୋଜିରେ ବଡ଼ ପରିବର୍ତ୍ତନ ହେଉଛି। ଭାରତୀୟ ସ୍ପେସ୍ ଆସୋସିଏସନ ଏହାର ଏକ ଅଂଶ।

ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ, ଆଇଏସପିଏ ସ୍ପେସ୍ କମ୍ପାନୀ ସହିତ ସ୍ୱତନ୍ତ୍ର ଏଜେନ୍ସି ଭାବେ କାମ କରିବ। ସେହିପରି ଯେତେବେଳେ ଆମେ ସ୍ପେସ୍ ରିଫର୍ମ କଥା କୁହନ୍ତି ସେତେବେଳେ ଆମେ ୪ଟି କ୍ଷେତ୍ରକୁ ଅଧାର କରିଥାନ୍ତି। ଘରୋଇ କମ୍ପାନୀକୁ ନବସୃଜନ ପାଇଁ ସ୍ୱାଧୀନତା, ସରକାରୀଙ୍କ ଉଚ୍ଚିତ ପଦକ୍ଷେପ, ଯୁବପିଢ଼ିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଓ ମହାକାଶ କ୍ଷେତ୍ରକୁ ସାଧାରଣ ଲୋକଙ୍କ ପାଇଁ ପ୍ରଗତି ପାଇଁ ଉତ୍ସ ଭାବରେ ଦେଖିବା। ଆତ୍ମ ନିର୍ଭର ଭାରତର ଅଭିଯାନ କେବଳ ଗୋଟିଏ ଦୃଶ୍ୟକୁ ନେଇ ନୁହେଁ, ଏକ ସୁବିଚାର, ସୁଯୋଜନା ଓ ଆର୍ଥିକ ରଣନୀତିକୁ ନେଇ ଆରମ୍ଭ ହୋଇଛି।