ଜମ୍ମୁ କଶ୍ମୀରରେ ଗୁଳିବିନିମୟ: ଜଣେ ଜେସିଓ ସମେତ ୫ ଯବାନ ସହିଦ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାର ସୁରନକୋଟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ ଜେସିଓ ର୍ୟାଙ୍କର ଅଫିସର ଅଛନ୍ତି। ଉକ୍ତ ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଛପି ରହିଥିବା ଖବର ମିଳିବା ପରେ ଯବାନ ମାନେ ଚଢ଼ଉ କରିଥିଲେ। ଏହି ସମୟରେ ଏନକାଉଣ୍ଟର ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଚାରି ପଟୁ ଘେରି ରହିଛନ୍ତି।

ସୂଚନା ଅନୁସାରେ ଆତଙ୍କବାଦ ବିରୋଧରେ ଯବାନମାନେ ଲଗାତାର ଅପରେସନ ଜାରି ରଖିଛନ୍ତି। ଏହା ପୂର୍ବରୁ ଆଜି ଜମ୍ମୁ କଶ୍ମୀରର ଅନନ୍ତନାଗ ଓ ବାନ୍ଦିପୁର ଜିଲ୍ଲାରେ ସୁରକ୍ଷାବାହିନୀ ଦ୍ୱାରା ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜଣେ ପୁଲିସ କର୍ମୀ ଆହତ ହୋଇଥିଲେ।