ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେସନ ଆଜିଠୁ ଆରମ୍ଭ ହେଉଛି । ଏହାପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆଜି ଶୀତକାଳୀନ ଅଧିବେସନର ପ୍ରଥମ ଦିନ । ଏହି କ୍ଷେତ୍ରରେ ଦେଶର ବିକାଶକୁ ଆଗକୁ ନେବା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରୟାସ କରାଯିବ । ସମସ୍ତ ରାଜନୈତିକ ଦଳ ଚର୍ଚ୍ଚାକୁ ମୂଳ ରୂପ ଦେବେ ଏବଂ ନିଜ ବିଚାର ମାଧ୍ୟମରେ ନିର୍ଣ୍ଣୟକୁ ନୂଆ ଶକ୍ତି ଦେବେ ବୋଲି ମୁଁ ଆଶା କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଦେଶ ସ୍ୱାଧୀନତାର ଅମୃତକାଳ ଦେଇ ଗତି କରୁଛି । ବିଶ୍ୱକୁ ଭାରତଠାରୁ ଆଶା ବଢ଼ିଯାଇଛି । ଅଗଷ୍ଟ ୧୫ରେ ସ୍ୱାଧୀନତାର ୭୫ ବର୍ଷ ପୂର୍ଣ୍ଣ ହୋଇଛି ଏବଂ ଆମେ ଅମୃତକାଳରେ ଆଗକୁ ବଢ଼ୁଛୁ । ଆଜି ଏମିତି ସମୟରେ ଭେଟ ହେଉଛୁ ଯେତେବେଳେ ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବାକୁ ଯାଉଛି । ଭାରତ ଯେଉଁଭଳି ବୈଶ୍ୱିକ ସମୁଦାୟରେ ସ୍ଥାନ ବନାଇଛି ସମସ୍ତଙ୍କର ଆଶା ବଢ଼ିଯାଇଛି ।