ପଦ୍ମପୁରରେ ହେବ ୨୩ ରାଉଣ୍ଡ ଭୋଟ ଗଣତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଦ୍ମପୁର ଭୋଟ ଗଣତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ବୁଥ ଓ ପ୍ରାର୍ଥୀ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡରେ ଗଣତି ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଏଥିରେ ପ୍ରଥମେ ପୋଷ୍ଟାଲ ବାଲାଟ ଏବଂ ୮ଟା ୩୦ରୁ ଇଭିଏମ୍ ଗଣତି ହେବ । ୩୧୯ ବୁଥର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବ । ସମସ୍ତ ବୁଥରେ ଗଣତି ସରିଲେ ୫ଟି ବୁଥର ଭିଭିପାଟ ମ୍ୟାଚ୍ କରାଯିବ ବୋଲି ସିଇଓ କହିଛନ୍ତି ।