ଅଜମେର ଶରିଫ ଦରଗାହ ପାଇଁ ଚାଦର ପଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଜମେର ଶରିଫ ଦରଗାହ ପାଇଁ ଚାଦର ପଠାଇଛନ୍ତି । ମୋଦୀ ଯେଉଁ ଚାଦର ପଠାଇଛନ୍ତି ତାହା ଜାନୁଆରୀ ୧୩ ତାରିଖରେ ଚଢ଼ାଯିବ । ମୋଦୀ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧୀ ମଣ୍ଡଳକୁ ଭେଟିଥିବା ନେଇ ‘ଏକ୍ସ’ରେ ସୂଚନା ପ୍ରଦାନ କରିଛନ୍ତି । ଏହି ସମୟରେ ମୋଦୀଙ୍କ ସହ ଅଳ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଓ ଦିଲ୍ଲୀ ହଜ୍ କମିଟି ମୁଖ୍ୟ କୌସର ଜାହାଁ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାମନ୍ତ୍ରୀ ମୋଦୀ ପ୍ରତିବର୍ଷ ଅଜମେର ସରିଫ ଦରଗାହରେ ଉରୁସ ଅବସରରେ ଚାଦର ଚଢ଼ାଇଥାନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ବର୍ତ୍ତମାନ ସୁଦ୍ଧା ୯ଥର ଚାଦର ପଠାଇଛନ୍ତି । ଚଳିତ ବର୍ଷ ଅଜମେର ସରିଫରେ ୮୧୨ତମ ଉରୁସ ପାଳନ କରାଯାଉଛି । ଜାନୁଆର ୧୩ରୁ ୨୧ ପର୍ଯ୍ୟନ୍ତ ଉରୁସ ଆୟୋଜନ କରାଯିବ ।