ଜଙ୍ଗଲୀ ବାରାହା ଆକ୍ରମଣରେ ବୃଦ୍ଧା ଗୁରୁତର

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପଞ୍ଚାୟତ ବନ୍ଦୁଲି ଗାଁରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଜଣକ ହେଲେ ସେହି ବନ୍ଧୁଲି ଗାଁର ବନ୍ଦାଇ କହଁର । ମିଳିଥିବା ରିପୋର୍ଟ ମୁତାବକ, ବୃଦ୍ଧା ଜଣକ ନିଜ ଘରଠାରୁ କିଛି ଦୂରରେ ଥିବା ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଏକ ଜଙ୍ଗଲୀ ବରାହା ଆସି ତାଙ୍କୁ ଆକ୍ରମଣ କରିଥିଲା ଓ ବୃଦ୍ଧାଙ୍କ ଚିତ୍କାର ଶୁଣି ଗାଁର କିଛି ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୃଦ୍ଧା ଜଣକ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁରଙ୍କ ସମ୍ପର୍କୀୟ ହୋଇଥିବାରୁ ଖବର ପାଇ ସେ ଓ ତାଙ୍କ ସ୍ୱାମି ଆମର କହଁର ମେଡ଼ିକାଲରେ ପହଞ୍ଚି ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।