ନୂଆଦିଲ୍ଲୀ,ଏଜେନ୍ସି: ଆଜି ଠାରୁ ବହୁ ପ୍ରତିକ୍ଷୀତ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଉତ୍ତର ପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଛି। ସମସ୍ତ ମତଦାତଙ୍କୁ ଅପିଲ କରୁଛି ଯେ, ସେମାନେ କୋଭିଡ ନିୟମ ପାଳନ କରନ୍ତୁ। ଲୋକତନ୍ତ୍ରର ଏହି ପବିତ୍ର ପର୍ବରେ ବ୍ୟାପକ ଭାବେ ଅଂଶଗ୍ରହଣ କରନ୍ତୁ। ମନେରଖନ୍ତୁ ପ୍ରଥମେ ମତଦାନ କରନ୍ତୁ, ଏହା ପରେ ଜଳପାନ (ସକାଳ ଜଳଖିଆ) କରନ୍ତୁ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଟୁଇଟ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଏକ ଘଣ୍ଟା ମଧ୍ୟରେ ୧୦ ହଜାରରୁ ଅଧିକ ୟୁଜର୍ସ ସେମାନଙ୍କର ପ୍ରତିକ୍ରିୟା ଦେଇସାରିଛନ୍ତି। ମୋଦୀଙ୍କର ଟୁଇଟ୍କୁ ଯୁବବର୍ଗର ୟୁଜର୍ସ ବହୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି। କରୋନା କାରଣରୁ ନିର୍ବାଚନ ଆୟୋଗ ମତଦାନର ସମୟ ୧ ଘଣ୍ଟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ପ୍ରଥମ ପର୍ଯାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି। ଏଥିରୁ ୧୨ଟି ଆସନ ସମ୍ବେଦନଶୀଳ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।