କୃଷକଙ୍କୁ ଦିଆଯାଇଥିବା ପ୍ରସ୍ତାବରେ ସରକାର ଏବେ ବି କାୟମ ରହିଛି: ମୋଦୀ

ନୂଆଦିଲ୍ଲୀ: ବଜେଟ ଅଧିବେସନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ। ଏହି ଅବସରରେ ମୋଦୀ କହିଛନ୍ତି ଯେ, କୃଷକଠାରୁ ଗୋଟିଏ ଫୋନ୍ କଲ୍ ଦୂରରେ ରହିଛି ସରକାର। ଯଦି କୃଷକ ଚାହିଁବେ ତ କଥା ହୋଇପାରିବେ। ଆଲୋଚନାରୁ ହିଁ ସମାଧାନର ବାଟ ବାହାରିବ। ସରକାର ପୂର୍ବ ଆଲୋଚନାରେ ଯାହା କହିଥିଲେ ଏବେ ବି ସେଥିରେ କାୟମ ରହିଛନ୍ତି।

ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ଅନ୍ୟ ନେତା କୃଷକ ପ୍ରସଙ୍ଗ ଉଠାଇଥିଲେ। ସଂସଦର କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲାଇବା ଓ ବିରୋଧୀଙ୍କ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡକାଇଥିଲେ।