ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ ପ୍ରେମାଙ୍ଗିନି ବାଘ । ମିଳିଥିବା ରିପୋର୍ଟ ମୁତାବିକ, ପ୍ରେମାଙ୍ଗିନି ଭୋର ପ୍ରାୟ ୫ଟା ସମୟରେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ୨ଟି ଭାଲୁ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ । ପ୍ରାଣବିକଳରେ ମହିଳା ଜଣକ ଚିତ୍କାର କରିବାରୁ ଗ୍ରାମବାସୀ ଭାଲୁକୁ ଘଉଡ଼ାଇ ପ୍ରେମାଙ୍ଗିନିଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲେ । ପ୍ରେମାଙ୍ଗିନି ବର୍ତ୍ତମାନ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।