ପାକିସ୍ତାନ ଏୟାରସ୍ପେସ ଦେଇ ଆମେରିକା ଗଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ ଦ୍ୱିବସୀୟ ଆମେରିକା ଗସ୍ତ କରିଛନ୍ତି। ଖାସ୍ କଥାଟି ହେଲା, ମୋଦୀଙ୍କ ଉଡ଼ାଜାହଜ ପାକିସ୍ତାନ ଏୟାରସ୍ପେସ ଦେଇ ଆମେରିକା ଯାଇଛି। ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନ ଭାରତୀୟ ବିମାନ ଖାସକରି ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଡ଼ାଣକୁ ନିଜ ଏୟାରସ୍ପେସରୁ ରୋକିଥିଲା। କିନ୍ତୁ ଏଥର ଭାରତ ଅନୁମତି ମାଗିବା ପରେ ପାକିସ୍ତାନ ନିଜ ଏୟାରସ୍ପେସରୁ ମୋଦୀଙ୍କ ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରିଛି।

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଚଳିତ ବର୍ଷ ଆମେରିକା ଗସ୍ତ କରିବା ସମୟରେ ଭାରତୀୟ ଏୟାରସ୍ପେସର ବ୍ୟବହାର କରିବା ପାଇଁ ପାକିସ୍ତାନ ଅନୁମତି ମାଗିଥିଲା। ଆଉ ଭାରତ ମଧ୍ୟ ଅନୁମତି ପ୍ରଦାନ କରିଥିଲା।