ଆଇପିଏଲରେ କରୋନା ଭୟ: ନଟରାଜନ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି.ନଟରାଜନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ନଟରାଜନଙ୍କ ସମେତ ଆଉ ୬ ଜଣଙ୍କୁ ଏବେ ଆଇସୋଲେଟ କରାଯାଇଛି। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ ନିର୍ଦ୍ଧାରିତ ସମୟରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିସିସିଆଇ ଜାରି କରିଥିବା ବୟାନ ଅନୁସାରେ, ନଟରାଜନଙ୍କ ଆରଟିପିସିଆର ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ ଏବେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ବାକି ଖେଳାଳିଙ୍କର ଆଜି ସକାଳେ ଆରଟିପିସିଆର ଟେଷ୍ଟ କରାଯାଇଥିଲେ ହେଁ ସଭିଙ୍କ ରିପୋର୍ଟ ନେଗେଟିଭ ଆସିଛି।