ଡିପଫେକକୁ ନେଇ ଚିନ୍ତା ଜାହିର କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି୨୦ ଭର୍ଚ୍ଚୁଆଲ ଶିଖର ସମ୍ମିଳନୀରେ ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିଛନ୍ତି । ମୋଦୀ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ଏଆଇର ନକରାତ୍ମକ ବ୍ୟବହାରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏଆଇର ବୈଶ୍ୱିକ ରେଗୁଲେସନକୁ ନେଇ ଆମକୁ ମିଶିକି କାମ କରିବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଡିପଫେକ ସମାଜ ଓ ବ୍ୟକ୍ତି ପାଇଁ କେତେ ବିପଦଜନକ ତା’ର ଗମ୍ଭୀରତାକୁ ବୁଝି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଆଗାମୀ ମାସ ଭାରତରେ ଗ୍ଲୋବାଲ ଏଆଇ ପାର୍ଟନରସିପ ସମିଟର ଆୟୋଜନ କରାଯାଉଛି । ଆପଣ ସମସ୍ତେ ଏଥିରେ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି ।