ରାଜୋରୀରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୨ ଯବାନ ସହିଦ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାଜୋରୀ ଜିଲ୍ଲାରେ ଆତବାଦୀଙ୍କ ସହ ସଂଘର୍ଷ ଯୋଗୁ ସେନାର ୨ ଯବାନ ସହିଦ ହୋଇଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ୨ ଆତଙ୍କବାଦୀଙ୍କୁ ସେନା କାବୁ କରିନେଇଥିବା ଜଣାପଡ଼ିଛି ।

ପୁଲିସର କହିବାନୁସାରେ, ଧର୍ମସାଲର ବାଜୀମାଲ ଅଞ୍ଚଳରେ ସେନା ଓ ପୁଲିସର ମିଳିତ ଘେରାବନ୍ଦୀ ଓ ସର୍ଚ୍ଚ ଅଭିଯାନ ସମୟରେ ଆତଙ୍କବାଦୀଙ୍କ ସହ ସଂଘର୍ଷ ହୋଇଥିଲା । ସଂଘର୍ଷରେ ଜଣେ ଅଧିକାରୀ ଓ ଅନ୍ୟଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟପଟେ ଜଣେ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।