ଗାନ୍ଧୀନଗର,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବେନଙ୍କ ଆଜି ୧୦୦ତମ ଜନ୍ମଦିନ। ମାଆଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟରେ ପହଞ୍ଚିଛନ୍ତି। ମାଆଙ୍କୁ ମିଠା ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଓ ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମାଆଙ୍କ ବାସ ଭବନରେ ପହଞ୍ଚିବା ପରେ ତାଙ୍କ ହାତରେ ଏକ ବ୍ୟାଗ ଥିଲା। ସେଥିରେ ମାଆଙ୍କ ପାଇଁ ଉପହାର ଥିବା ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏବେ ଦୁଇଦିନିଆ ଗୁଜରାଟ ଗସ୍ତରେ ରହିଛନ୍ତି। ଏହି ଗସ୍ତରେ ମୋଦୀ ଗୁଜରାଟରେ ଏକାଧିକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଶେଷ ହୋଇଥିବା ମେଗା ପ୍ରୋଜେକ୍ଟକୁ ଉଦ୍ଘାଟନ କରିବେ।