ମାରୁତି ସୁଜୁକି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ,ଏଜେନ୍ସି: ହରିୟାଣାର ସୋନିପତରେ ହେବ ଅଗ୍ରଣୀ ଅଟୋମୋବାଇଲ ନିର୍ମାଣକାରୀ କମ୍ପାନୀ ‘ମାରୁତି ସୁଜୁକି’ ଆଉ ଏକ ପ୍ଲାଣ୍ଟ । ଆଜି ପ୍ରଧାନମନ୍ତ୍ରୀ ଏନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆୟୋଜିତ ଉତ୍ସବରେ ଭର୍ଚ୍ଚୁଆଲି ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟ କିଛି ବଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ରହିବାର କାର୍ଯ୍ୟକ୍ରମ ରହିଛି ।

ତେବେ ହରିୟାଣାରେ ପୂର୍ବରୁ ମଧ୍ୟ କମ୍ପାନୀର ୨ ପ୍ଲାଣ୍ଟ ଉତ୍ପାଦନକ୍ଷମ ରହିଛି । ସୋନିପତରେ ପ୍ରସ୍ତାବିତ ଏହି ପ୍ଲାଣ୍ଟକୁ ମିଶାଇ ହରିୟାଣାରେ ମୋଟ ୩ ମାରୁତି ସୁଜୁକି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ନିବେଶ ସୁଯୋଗ ସହ ପରୋକ୍ଷ ଓ ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା ଉଜ୍ଜଳ ହୋଇଛି ।

ଅନ୍ୟପଟେ ଭାରତୀୟ ଅଟୋମୋବାଇଲ ବାଜରରେ ବେସ କିଛି ଦଶନ୍ଧି ହେବ ସକ୍ରିୟ ଥିବା ”ମାରୁତି ସୁଜୁକି ମୋଟର୍ସ” କମ୍ପାନୀ ୪ ଦଶନ୍ଧି ପୂରଣ କରିଛି । ଦେଶର ବିଭିନ୍ନ ସ୍ଥାନରେ ଏହାର ଉତ୍ପାଦନକାରୀ ୟୁନିଟ ଥିବା ବେଳେ ହରିୟାଣାର ସୋନିପତରେ ପ୍ରସ୍ତାବିତ କମ୍ପାନୀକୁ ମିଶାଇ ହରିୟାଣାରେ କମ୍ପାନୀ ତାର 3ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।