ଭୁଟାନରେ ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ପ୍ରତିପକ୍ଷ ଲୋଟେ ସେରିଙ୍ଗଙ୍କ ସହିତ ଭୁଟାନରେ ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡ ଲଞ୍ଚ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ଭୁଟାନ ନେସନାଲ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ରୂପେ କାର୍ଡରେ ଏଟିଏମରୁ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଯାଇ ପାରିବ। ସେହିପରି ପଏଣ୍ଟ ଅଫ୍ ସେଲ୍ସ(ପିଓଏସ)ରେ ୨୦ ଲକ୍ଷ ପର୍ଯ୍ୟନ୍ତ କାରବାର ହୋଇପାରିବ ବୋଲି କହିଛନ୍ତି।

ଏହି କାର୍ଡ ଦ୍ୱାରା ଭୁଟାନର ପର୍ଯ୍ୟଟକମାନେ ଭାରତର କୌଣସି ବି ସ୍ଥାନରୁ ଟଙ୍କା ଉଠାଇବା ଓ ସପିଂର ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି କି, ଏପର୍ଯ୍ୟନ୍ତ ଭୁଟାନରେ ୧୧ ହାଜରରୁ ଅଧିକ ଲୋକ ରୂପେ କାର୍ଡରେ କାରବାର କଲେଣି, ଯଦି କରୋନା ମହାମାରୀ ସମୟ ହୋଇନଥାନ୍ତା ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା। ବର୍ତ୍ତମାନ ଆମେ ଭୁଟାନରେ ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡ ଲଞ୍ଚ କରିଛୁ। ନିକଟରେ ଭାରତ ଏବଂ ଭୁଟାନ ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯାହା ଉଭୟ ଦେଶର ଅନୁଷ୍ଠାନକୁ ସାହାଯ୍ୟ କରିବ ଏବଂ ସହଯୋଗରେ ଉନ୍ନତି ଆଣିବ।