ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଭୂମିପୂଜନ କାର୍ଯ୍ୟକ୍ରମରେ କର୍ତ୍ତା ହୋଇଥିବା ବେଳେ ୬ ଜଣ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ନୂତନ ସଂସଦ ଭବନର ଭୂମିପୂଜନ କରିଥିଲେ। ଏହାପରେ ଶ୍ରୀ ମୋଦୀ ଶିଳାନ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୨୦୦ ଜଣ ଅତିଥି ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଓ ବିଦେଶୀ ଦୂତ ଓ ସବୁ ଧାର୍ମିକ ମୁଖ୍ୟ ଯୋଗ ଦେଇଛନ୍ତି। ଏଥିସହିତ ରତନ ଟାଟା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଧର୍ମର ପୂଜାରି ଉପସ୍ଥିତ ରହି ନୂତନ ସଂସଦ ଭବନ ପାଇଁ ପ୍ରାର୍ଥନା କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ କାର୍ଯ୍ୟକ୍ରମ ହେବ।

ତେବେ ଏହି ନୂତନ ସଂସଦ ଭବନର ଶିଳାନ୍ୟାସ ହେଉଥିବା ବେଳେ ସୁପ୍ରିମକୋର୍ଟ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି।