ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆବର୍ଷରେ କଲେଜ ଖୋଲିବା ସହ କ୍ଲାସ୍ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ସେ କହିଛନ୍ତି, ନୂଆବର୍ଷରେ ଆଶା କରୁଛୁ ପିଲା କଲେଜରେ କ୍ଲାସ୍ କରିବେ। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ।
ଯଦି କଲେଜ ଖୋଲିବା ବିଳମ୍ବ ହେବ, ତେବେ ସିଲାବସ ହ୍ରାସ ଚିନ୍ତା କରାଯାଇପାରେ। ଅନଲାଇନ୍ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍ ପ୍ରତିଶତ ବଢ଼ିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି। ସେ ଆହୁରି କହିଛନ୍ତି କି ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ଘୁଞ୍ଚିବ। ଏହାସହ କ୍ଲାସରେ ୭୦/୮୦ ଦିନ ପାଠ ପଢ଼ା ଯାଇ ପରୀକ୍ଷା ହେବ।