ସିଦ୍ଧାର୍ଥନଗରରେ ୯ଟି ମେଡ଼ିକାଲ କଲେଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସିଦ୍ଧାର୍ଥନଗର,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଦ୍ଧାର୍ଥ ନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଦ୍ଧାର୍ଥନଗର, ଏଟା, ହରଦୋଇ, ପ୍ରତାପଗଡ଼, ଫତେହପୁର, ଦେବରିୟା, ଗାଜିପୁର, ମିର୍ଜାପୁର ଓ ଜୋନପୁର ଜିଲ୍ଲା ସ୍ଥିତ ମେଡ଼ିକାଲ କଲେଜର ଉଦଘାଟନ କରାଯାଇଛି। ଏହି ୯ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ୨୩୨୯ କୋଟି ଟଙ୍କା ବ୍ୟୟଅଟକଳ କରାଯାଇଥିଲା।

ଏହି ହସ୍ପିଟାଲଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବର ଆରମ୍ଭରେ ସେ କହିଛନ୍ତି କି, ‘ମହାତ୍ମା ବୁଦ୍ଧ ଯେଉଁ ମାଟିରେ ଆଜି ଏହି ନୂଆ ମେଡ଼ିକାଲ କଲେଜର ଉଦଘାଟନ ହୋଇଛି’। ସୁସ୍ଥ ଭାରତର ସ୍ୱପ୍ନ ପୂରଣରେ ଏହା ଏକ ବଡ଼ ଉପଲବ୍ଧି, ଏନେଇ ସମସ୍ତଙ୍କୁ ଶୁଭେଚ୍ଛା ବୋଳି କହିଛନ୍ତି ମୋଦୀ।

ଏହି ଅବସରରେ ସିଦ୍ଧାର୍ଥ ନଗର ମେଡ଼ିକାଲ କଲେଜକୁ ମାଧବ ବାବୁଙ୍କ ନାମରେ ନାମିତ କରାଯାଇଛି, ଯାହାକି ତାଙ୍କର ଜନସେବା ଭାବ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଏହି କଲେଜରୁ ପାଠ ପଢ଼ି ବାହାରିଥିବା ଯୁବ ଡାକ୍ତରଙ୍କୁ ଏହି ନାମ ଜନସେବା ପାଇଁ ସର୍ବଦା ପ୍ରେରଣା କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।