ନୂଆଦିଲ୍ଲୀ,ଏଜେନ୍ସି: ଆଜି ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ୬୭ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ଦାଦା ସାହେବ ଫଲକେ ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ଏଥିରେ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ଫଲକେ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ୬୭ ତମ ଫିଲ୍ମ ଓ ଦାଦା ସାହେବ ଫଲକେ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଥିଲା। କରୋନା ମହାମାରୀ କାରଣରୁ ପୁରସ୍କାର ବିତରଣକୁ ସ୍ଥଗିତ ରଖାଯାଇଥିଲା।
