ଭାରତର ପ୍ରଥମ ଖେଳନା ମେଳାର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ‘ଭାରତ ଖେଳନା ମେଳା ୨୦୨୧’ ର ଶୁଭାରମ୍ଭ କରିଛନ୍ତି। ଦେଶୀ ଖେଳନାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜିତ ହୋଇଥିବା ଭର୍ଚୁଆଲ ମେଳା ୪ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମୋଦୀ କହିଛନ୍ତି ଯେ, ପ୍ରଥମ ଖେଳନା ମେଳା କେବଳ ଏକ ବ୍ୟାପାରିକ କିମ୍ବା ଆର୍ଥିକ କାର୍ଯ୍ୟକ୍ରମ ନୁହେଁ। ଏହି କାର୍ଯ୍ୟକ୍ରମ ଦେଶର ପୁରୁଣା ଖେଳ ଓ ଉଲ୍ଲାସର ସଂସ୍କୃତିକୁ ମଜଭୁତ କରିବାର ଏକ ମାଧ୍ୟମ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ‘ଆମ ଦେଶରେ ଖେଳନା ଉଦ୍ୟୋଗରେ କେତେ ବଡ଼ ଶକ୍ତି ଲୁଚିକି ରହିଛି ତାହା ଆପଣମାନଙ୍କ ସହ କଥା ହୋଇ ଜାଣି ହେଉଛି। ଏହି ଶକ୍ତି ଓ ଏହାର ପରିଚୟକୁ ବଢ଼ାଇବା ଆତ୍ମ ନିର୍ଭର ଭାରତର ଏକ ବହୁତ ବଡ଼ ଅଂଶ।’