ଭିସୁଟର ୨୫ ଛାତ୍ର କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ବୁର୍ଲା ଭିସୁଟର ୨୫ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ୨୪ଜଣ ଓ ଆଜି ଜଣେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ବାହାରେ ବୁଲୁଥିବା ଓ ଖାଉଥିବାରୁ କେଉଁଠୁ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଓ ପିଡି ଡିଆରଡିଏ ଆଜି ହଷ୍ଟେଲର ସ୍ଥିତି ସମୀକ୍ଷା କରିଛନ୍ତି।