ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ମିଳିବ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଟିକାକରଣ ଲାଗି ଭୁବନେଶ୍ୱରର ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ସେଥିମଧ୍ୟରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଲଗାଯିବ। ଘରୋଇ ହସ୍ପିିଟାଲରେ ସମ୍, କିମ୍ସ, କଳିଙ୍ଗ, ବ୍ଲୁହ୍ୱେଲ, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ସାମିଲ ରହିଛି। ଏନେଇ ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଆଦେଶ ମୁତାବିକ ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ମିଳିବ। ପୂର୍ବରୁ ଚିହ୍ନଟ ଲୋକଙ୍କୁ ସରକାରୀ ହସ୍ପିଟାଲରେ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ। ଘରୋଇ ହସ୍ପିଟାଲରେ ଟିକା ଲାଗି ସର୍ଭିସ ଚାର୍ଜ ୧୦୦ ଟଙ୍କା ଭରିବାକୁ ପଡ଼ିବ। ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୬୦ ଜଣଙ୍କୁ ଟିକା ଲଗାଯିବ। ଟିକା ନେବାକୁ ହେଲେ କୋୱିନ ୨.୦ରେ ପଞ୍ଜୀକରଣ କରିବାକୁ ପଡ଼ିବ। ୧ ତାରିଖଠାରୁ ଘରୋଇ ହସ୍ପିଟାଲ ପାଇଁ ନାମ ପଞ୍ଜିକରଣ କରିପାରିବେ। ୨ ତାରିଖଠାରୁ ଘରୋଇ ହସ୍ପିଟାଲ ଟିକା ଲଗାଯିବ। ଟିକା ମୂଲ୍ୟ କେତେ ପଡ଼ିବ ସେନେଇ ରବିବାର ସୁଦ୍ଧା କେନ୍ଦ୍ର ସରକାର ଜଣାଇବେ।