ମହାକାଳ କୋରିଡର ଲୋକାର୍ପିତ

ମଧ୍ୟପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଉଜ୍ଜୈନରେ ମହାକାଳ ଲୋକ କୋରିଡରର ପ୍ରଥମ ପର୍ଯ୍ୟାୟର ଲୋକାର୍ପଣ କରିଛନ୍ତି । ମୋଦୀ ଲୋକାର୍ପଣ କରିବା ପୂର୍ବରୁ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା ଓ ଆରତୀ କରିଥିଲେ । ଏଥିସହିତ ମହାକାଳ ଗର୍ଭଗୃହରେ ମହା-ଉପାସନା ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ୯୦୦ ମିଟରରୁ ଅଧିକ ଲମ୍ବ ମହାକାଳ କୋରିଡରର ପ୍ରଥମ ପର୍ଯ୍ୟାୟ ବିକଶିତ କରିବାରେ ୩୧୬ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ପରିଯୋଜନା ଅନ୍ତର୍ଗତ ରୁଦ୍ର ସାଗର ଝରଣାକୁ ପୁର୍ନଜୀବିତ କରାଯାଇଛି ।