ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଧଡେ ‘ବାଲାସାହେବଞ୍ଚୀ ଶିବସେନା’କୁ ନିର୍ବାଚନ ଆୟୋଗ ଚିହ୍ନ ଆବଣ୍ଟିତ କରିଦେଇଛନ୍ତି । ସିନ୍ଦେଙ୍କ ପାର୍ଟିକୁ ନିର୍ବାଚନ ଚିହ୍ନ ଭାବେ ଢାଲ ଓ ଖଣ୍ଡା ମିଳିଛି । ଏହାପୂର୍ବରୁ ସିନ୍ଦେ ନିଜ ପସନ୍ଦ ଅନୁସାରେ ଆୟୋଗକୁ ୩ଟି ନିର୍ବାଚନ ଚିହ୍ନ ହସ୍ତାନ୍ତର କରିଥିଲେ । କିନ୍ତୁ ନିର୍ବାଚନ ଆୟୋଗ ପୂର୍ବରୁ ପାର୍ଟି ଦ୍ୱାରା ଦିଆଯାଇଥିବା ଚିହ୍ନକୁ ଖାରଜ କରିଦେଇଥିଲେ ।
ସୂଚନାଯୋଗ୍ୟ, ଠାକରେ ଗ୍ରୁପ ପାଇଁ ପାର୍ଟି ନାମ ‘ଶିବସେନା -ବାଲାସାହେବ ଠାକରେ’ ଏବଂ ଏକନାଥ ସିନ୍ଦେଙ୍କ ଲାଗି ‘ବାଲାସାହେବଞ୍ଚୀ ଶିବସେନା’ ନାମ ଆବଣ୍ଟିତ କରାଯାଇଛି । ଅନ୍ଧେରୀ ପୂର୍ବ ବିଧାନସଭା ସିଟରେ ହେବାକୁ ଥିବା ଉପନିବ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।