ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ୧୦୯ ଜୀବନରକ୍ଷକ ଆମ୍ବ୍ୟୁଲାନ୍ସର ଚାବି ହସ୍ତାନ୍ତର କଲେ ମୋଦୀ

ଢ଼ାକା,ଏଜେନ୍ସି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଅନ୍ତିମ ଦିବସରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୧୦୯ ଜୀବନରକ୍ଷମ ଆମ୍ବ୍ୟୁଲାନ୍ସର ଚାବି ହସ୍ତାନ୍ତର କରିଛନ୍ତି। ଏଥିସହିତ ବାଂଲାଦେଶକୁ ୧୨ ଲକ୍ଷ କରୋନା ଟିକା ଡୋଜ୍ ଉପହାର ସ୍ୱରୂପ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଶନିବାର ଦିନ ପ୍ରସିଦ୍ଧ ଜଶୋରେଶ୍ୱର କାଳି ମନ୍ଦିରକୁ ଯାଇ ଦର୍ଶନ କରିବା ସହିତ ମା’ କାଳିଙ୍କୁ ସୁନା ଓ ଚାନ୍ଦିର ମୋକଟ ଦାନ କରିଛନ୍ତି। ଏହାପରେ ମୋଦୀ ଶେଖ ମୁଜିବ ଉର ରହମାନ ସ୍ମାରକକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଭାରତ ଓ ବାଂଲାଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷର ହୋଇଛି।