ଜନ୍ମଦିନରେ ଦେଶବାସୀଙ୍କୁ ୫ଟି ଉପହାର ମାଗିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ରେ ୭୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଦେଶ ତଥା ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭକାମନା ଜଣାଇଥିଲେ। କେବଳ ଏତିକି ନୁହେଁ, କିଛି ଲୋକ ଜନ୍ମଦିନରେ କ’ଣ ଉପହାର ଦରକାର ବୋଲି ମଧ୍ୟ ମୋଦୀଙ୍କୁ ପଚାରିଥିଲେ। ଆଉ ଏହାକୁ ଦୃଷ୍ଟିରେ ରଖି ମୋଦୀ ବି ଲୋକଙ୍କୁ ଜନ୍ମଦିନ ଉପହାରସ୍ୱରୂପ ୫ଟି ଜିନିଷ ମାଗିଛନ୍ତି। ସେଗୁଡ଼ିକ ହେଲା-

୧- ମାସ୍କକୁ ଭଲଭାବେ ପରିଧାନ କରନ୍ତୁ।

୨- ସାମାଜିକ ଦୂରତା ଅବଲମ୍ବନ କରିବା ସହ ‘ଦୁଇ ଗଜ ଦୂରତା’କୁ ମନେ ରଖନ୍ତୁ।

୩- ଭିଡ଼ ଜାଗାଠାରୁ ଦୂରେଇ ରୁହନ୍ତୁ।

୪- ରୋଗ ପ୍ରତିରୋଧକ କ୍ଷମତାରେ ସୁଧାର ଆଣନ୍ତୁ।

୫- ସମସ୍ତେ ମିଶି ଆମ ଗ୍ରହକୁ ସୁସ୍ଥ ରଖନ୍ତୁ।

ସୂଚନାଯୋଗ୍ୟ, ଦେଶରେ କରୋନା ମାମଲା ଦିନକୁଦିନ ବଢ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଇଁ ଏସବୁ ଉପହାର ମାଗିଛନ୍ତି।