ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦୃଶ୍ୟ ସଞ୍ଚାରୀ ମାଧ୍ୟମରେ ଦେଶର କରୋନା ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ, ଗୃହ ସଚିବ ଅଜୟ କୁମାର ଭାଲା, କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଦେଶରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ଦଶରେ ଓମିକ୍ରନ୍ ଭାରିଆଣ୍ଟ୍‌ରେ ସଂକ୍ରମଣ ସଂଖ୍ୟା ୩,୬୨୩ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୫୯,୬୩୨ ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ଦେଶରେ ଦୈନିକ ସକାରାତ୍ମକତା ହାର ୧୦.୨୧ ପ୍ରତିଶତକୁ ନେଇଛି ବୋଲି ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି।

କରୋନା ରୋକିବା ପାଇଁ ଦେଶର ଅନେକ ରାଜ୍ୟ କଠୋର ପ୍ରତିବନ୍ଧକ ଲଗାଇଛନ୍ତି, କିନ୍ତୁ ବନ୍ଦ ହେବା ପରିବର୍ତ୍ତେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ସଂକ୍ରମଣ ବଢିବା ମଧ୍ୟରେ ୪୦,୮୬୩ ରୋଗୀ ସୁସ୍ଥ ହୋଇଥିଲେ ଏବଂ ୩୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୯୦,୬୧୧ କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ କରୋନା ବିରୁଦ୍ଧରେ ଟିକାକରଣ ଦୃତ ଗତିରେ ବଢିଚାଲିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମିଶ୍ରଣ କରି ୧.୫୧ କୋଟି ଟିକା ଦିଆଯାଇଛି।