ରାଜ୍ୟରୁ ୨୪ ଘଣ୍ଟାରେ ବାହାରିଲେ ୮୮୬ କରୋନା ପଜିଟିଭ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲାଇ ପରେ ଅଗଷ୍ଟ ବି ଆଣିଦେଇଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଆଜି ହଜାରେ ତଳକୁ ଖସିଛି ସଂକ୍ରମଣର ପାରା। ଗତ ୨୪ ଘଣ୍ଟାରେ ୮୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୭୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୨ ଜଣ, ବାଲେଶ୍ୱରରୁ ୬୨ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୩୧ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୮୧ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୧୧ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୫୪ ଜଣ, ଯାଜପୁରରୁ ୬୦ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୩୩ ଜଣ, କେନ୍ଦୁଝରରୁ ୧୮ ଜଣ, ଖୋର୍ଦ୍ଧାରୁ ୨୫୩ ଜଣ, କୋରାପୁଟରୁ ୭ ଜଣ, ମାଲକାନଗିରିରୁ ୯ ଜଣ, ମୟୂରଭଞ୍ଜରୁ ୨୫ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨୫ ଜଣ, ପୁରୀରୁ ୫୩ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ୧୫ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ ଏବଂ ଷ୍ଟେଟ ପୁଲରୁ ୫୧ ଜଣ ରହିଛନ୍ତି।

ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬ରେ ପହଞ୍ଚିଛି। ଏଥି ମଧ୍ୟରୁ ୧୧ ହଜାର ୪୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୬୯ ହଜାର ୯୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।