ଲତାଙ୍କ ଲାଗି ରାଲି ବାତିଲ୍ କଲେ ମୋଦୀ

ପାଣାଜୀ,ଏଜେନ୍ସି: ଭାରତର ସୁନାମଧନ୍ୟ ଗାୟିକା ଲତା ମଙ୍ଗେସକର ଆଉ ନାହାନ୍ତି। କୋକିଳକଣ୍ଠିଙ୍କୁ ହରାଇ ଶୋକରେ ବୁଡିଛି ସାରା ଦେଶ। ବଲିଉଡ୍‌ କଳାକାରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ରାଜନେତାଙ୍କ ଯାଏଁ ସମସ୍ତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜ ଗୋଆ ରାଲିକୁ ବାତିଲ କରିଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନ ଉପଲକ୍ଷେ ଆଜି ଗୋଆରେ ଭର୍ଚୁଆଲ ରାଲି କରିଥାନ୍ତେ ମୋଦୀ।

ରାଲି ବାତିଲ୍ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାୱନ୍ତ କହିଛନ୍ତି, ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ବିୟୋଗରେ ରାଜ୍ୟରେ ଦୁଇ ଦିନିଆ ଶୋକ ପାଳନ କରାଯିବ। ସେ ଆମମାନଙ୍କ ମଧ୍ୟରେ ଅମର ରହିବେ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୪ ତାରିଖରେ ଗୋଆରେ ମତଦାନ ହେବ। ସେପେଟ ମୁଖ୍ୟମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ନିଜର ଏକ ବୈଠକ ସ୍ଥଗିତ ରଖିଛନ୍ତି।