ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତି ଆଜି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଭର୍ଚ୍ଚୁଆଲ ମୋଡ଼ରେ ସୁଇଚ ଟିପି ଟଙ୍କା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ୯ କୋଟି ୭୫ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି ଏହି ଟଙ୍କା। ଚାଷୀଙ୍କ ପିଛା ୨ ହଜାର ଲେଖାଏଁ ମୋଟ ୧୯,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ସିଧାସଳଖ ପଠାଯାଉଛି। ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କୁ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ପଠାଯାଇଛି।