ପଞ୍ଜାବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋହାଲିରେ ହୋମୀ ଭାଭା କ୍ୟାନ୍ସର ହସ୍ପିଟାଲ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଭାରତକୁ ବିକଶିତ କରିବାକୁ ହେଲେ ତା’ର ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ବିକଶିତ କରିବାକୁ ପଡ଼ିବ । ଭାରତବାସୀଙ୍କୁ ଆଧୁନିକ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ସେବା ମିଳିଲେ ସେମାନେ ଯଥାଶୀଘ୍ର ସୁସ୍ଥ ହେବେ।
ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ, ପଞ୍ଜାବର ପବିତ୍ର ଭୂମିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରୁଛୁ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯେଉଁ କ୍ୟାନ୍ସର ହସ୍ପିଟାଲ ଦେଶକୁ ସମର୍ପିତ କରିଛନ୍ତି ତାହା ଆମ ପାଇଁ ଏକ ବଡ଼ ଉପହାର । କାରଣ ପଞ୍ଜାବ ଏକ କ୍ୟାନ୍ସର ଗ୍ରାସିତ ରାଜ୍ୟ ।