ପାଟଣା: ବିହାର ବିଧାନସଭାରେ ନୀତିଶ କୁମାର ନେତୃତ୍ୱାଧୀନ ମହାମେଣ୍ଟ ସରକାର ଆଜି ବହୁମତ ସାବ୍ୟସ୍ତ କରିଛି । ପ୍ରସ୍ତାବ ପକ୍ଷରେ ୧୬୦ ଭୋଟ ମିଳିଥିବାବେଳେ ବିରୋଧରେ ଶୂନ ଭୋଟ ମିଳିଛି । ଏହି ଅବସରରେ ସଭିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିକୁ ଟାର୍ଗେଟ କରିଥିଲେ । ଅନ୍ୟପଟେ ବିଜେପି କକ୍ଷ ଛାଡ଼ି ଚାଲି ଯାଇଥିଲା ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ୨୦୨୪ରେ ସମସ୍ତେ ଏଜକୁଟ ହୋଇ ଲଢ଼ିଲେ ଏମାନଙ୍କୁ କେହି ପଚାରିବେନି। ଏମାନେ କୌଣସି କାମ କରିନାହାନ୍ତି କେବଳ ପ୍ରଚାର କରିବାରେ ଆଗୁଆ ।