ନୂଆଦିଲ୍ଲୀ,ଏଜେନ୍ସି: ପୁଣି ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏଥିସହିତ ମହାରାଷ୍ଟ୍ର, ସୁରଟ ଭଳି ଅନେକ ସହରରେ ପୁଣି ଥରେ ଲକଡାଉନ ଫେରିଛି। ଦେଶର କିଛି ରାଜ୍ୟରେ ବର୍ତ୍ତମାନ କରୋନାକୁ ନେଇ ସ୍ଥିତି ଉଦବେଗ ଜନକ ଥିବାରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଭିଡିଓ କନଫରେନ୍ସରେ କରୋନା ସ୍ଥିତି ସମୀକ୍ଷା କରିବା ସହିତ ଟେଷ୍ଟିଂ, ଟ୍ରେସିଂ ଉପରେ ମଧ୍ୟ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ।