୧୬ତମ ଆସିଆନ୍‌ ଶିଖର ବୈଠକରେ ଯୋଗେଦେବେ ପ୍ରଧାନମନ୍ତ୍ରୀ ମୋଦୀ

ବ୍ୟାଙ୍କକ,ଏଜେନ୍‍ସି: ବ୍ୟାଙ୍କକରେ ଆୟୋଜିତ ୧୬ତମ ଆସିଆନ୍‌ ଶିଖର ବୈଠକରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାକୁ ଯାଉଛନ୍‍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମାର ପ୍ରଧାନମନ୍ତ୍ରୀ ଗୁଏନ ଜୁଆନ ଫୁଚ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କର୍ଟ ମରିସନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। । ଖାଲି ସେତିକି ନୁହେଁ, ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଭେଟିବେ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ମୋଦୀ କହିଛନ୍ତି ଭାରତ ଆସିବାକୁ ଏହା ହିଁ ପ୍ରକୃଷ୍ଟ ସମୟ। କେତେକର ଉତ୍ଥାନ ଘଟୁଥିବା ବେଳେ ଅନ୍ୟ କେତେକ ପତ୍ତନ ଘଟୁଛି। ସୁରୁଖୁରୁରେ ବାଣିଜ୍ୟ କରିବା, ଆରମରେ ବଞ୍ଚିବା, ଏଫ୍‌ଡିଆଇ, ଫରେଷ୍ଟ କଭର୍‌, ପେଟେଣ୍ଟ୍‌, ଉତ୍ପାଦନକ୍ଷମତା ଓ ଭିତ୍ତିଭୂମୀର ଉତ୍ଥାନ ଘଟୁଛି। ଟିକସ, ଟିକସ ହାର, ଅଧିକାରୀଙ୍କ କଟକଣା, ଦୁର୍ନୀତି ଓ ପରିବାରବାଦର ପତନ ଘଟୁଛି।