ଚଣ୍ଡିଗଡ଼,ଏଜେନ୍ସି: ହରିୟାଣାର କର୍ଣ୍ଣଲ୍ ଜିଲ୍ଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ଏକ ୫୦ଫୁଟ୍ର ଗଭୀର ବେରୱେଲ ଭିତରେ ଜଣେ ୫ବର୍ଷୀୟ ପଡ଼ିଯାଇଥିବା ଜଣାପଡ଼ିଛି। ସେଠାରୁ ଝିଅଟିକୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ସୂଚନା ଅନୁସାରେ ରବିବାର ଦିନ ବିଲରେ ଖେଳୁଥିବା ସମୟରେ ଘରୌନ୍ଦା ଅଞ୍ଚଳରେ ଥିବା ତାଙ୍କ ନିଜ ବୋରୱେଲ ମଧ୍ୟରେ ଶିଶୁ କନ୍ୟା ଜଣଙ୍କ ଖସିପଡ଼ିଥିଲେ।
