ବେରୱେଲରେ ଖସିପଡ଼ିଲା ୫ବର୍ଷୀୟ ଝିଅ, ଉଦ୍ଧାର କାର୍ଯ୍ୟ ଜାରି ଦେଶ- ବିଦେଶ By Nitidin On Nov 4, 2019 Share ଚଣ୍ଡିଗଡ଼,ଏଜେନ୍ସି: ହରିୟାଣାର କର୍ଣ୍ଣଲ୍ ଜିଲ୍ଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ଏକ ୫୦ଫୁଟ୍ର ଗଭୀର ବେରୱେଲ ଭିତରେ ଜଣେ ୫ବର୍ଷୀୟ ପଡ଼ିଯାଇଥିବା ଜଣାପଡ଼ିଛି। ସେଠାରୁ ଝିଅଟିକୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ସୂଚନା ଅନୁସାରେ ରବିବାର ଦିନ ବିଲରେ ଖେଳୁଥିବା ସମୟରେ ଘରୌନ୍ଦା ଅଞ୍ଚଳରେ ଥିବା ତାଙ୍କ ନିଜ ବୋରୱେଲ ମଧ୍ୟରେ ଶିଶୁ କନ୍ୟା ଜଣଙ୍କ ଖସିପଡ଼ିଥିଲେ। ବିଳମ୍ବ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ବେରେଓ୍ବଲରୁ ଝିଅଟିର କାନ୍ଦିବା ଶବ୍ଦ ଶୁଣିବା ପରେ ବେରୱେଲରେ ଝିଅଟି ପଡ଼ିଯାଇଥିବା ଦେଖିଥିଲେ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା। ପରେ ଏନ୍ଡିଆର୍ଏଫ୍ ଟିମ୍କୁ ଅବଗତ କରାଯାଇଥିଲା। ସେହିପରି ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ବେରୱେଲ ଭିତରକୁ ଅମ୍ଳଜାନ ଯୋଗାଉଥିବା ଜଣାଯାଇଛି। ଉଦ୍ଧାରକାରୀମାନେ କ୍ୟାମେରା ଯୋଗେ ପିଲାଟିର ଅବସ୍ଥିତି ଜାଣିବାକୁ ଚେଷ୍ଟା କରିବା ବେଳେ ତା’ ପାଦ ଦେଖିଛନ୍ତି। ଆଶ୍ୱସ୍ତି ଅନୁଭବ କରିବାକୁ ଗର୍ତ୍ତ ମଧ୍ୟରେ ଥିବା ପିଲାଟି ନିକଟରେ ତା’ ବାପା ମାଆଙ୍କ କଥାର ରେକର୍ଡିଙ୍ଗ୍ ବଜା ଯାଉଥିବା ପୁଲିସ ସୂଚନା ଦେଇଛି। Share