‘ଭାରତ ନ୍ୟାୟପାଳିକାରେ ଆଜି ଏକ ସ୍ୱର୍ଣ୍ଣିମ ଇତିହାସ’

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଐତିହାସିକ ଅଯୋଧ୍ୟା ରାୟ ପ୍ରକାଶ ପାଇଛି। ବିବାଦୀୟ ଜମି ଉପରେ ନିର୍ମାଣ ହେବ ରାମ ମନ୍ଦିର। ଏହି ଅବସରେର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଆଜି ସୁପ୍ରିମକୋର୍ଟ ମହତ୍ତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଛନ୍ତି। ଭାରତର ଲୋକତନ୍ତ୍ର କେତେ ମଜଭୁତ ତାହା ଆଜି ବିଶ୍ୱ ଦେଖିଲା। ବିବିଧତା ମଧ୍ୟରେ ଭାରତର ଏକତା ଆଜି ସମସ୍ତେ ଦେଖିଲେ। କୋର୍ଟର ରାୟକୁ ସବୁ ବର୍ଗର ଲୋକେ ସ୍ୱାଗତ କରିଛନ୍ତି।ସାରା ଦେଶବାସୀ ଆଜି ଏକ ନୂଆ ଇତିହାସ କରିଛନ୍ତି। ଆଜି ଫଇସଲା ଦେଶବାସୀଙ୍କୁ ଏକାଠି କରିବା ଶିଖାଇଛି। ଯେତେ କଠିନ ପରିସ୍ଥିତି ଆସିଲେ ବି ଆମେ ଏକାଠି ରହିବା ଓ ନୂଆ ଭାରତର ନିର୍ମାଣ କରିବା। ନଭେମ୍ବର ୯ରେ ବର୍ଲିନ ପ୍ରାଚୀର ଭାଙ୍ଗିଥିଲା ଓ ନଭେମ୍ବର ୯ରେ ଭାରତରେ ଆଉ ଏକ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।