ରବି କାନ୍ତ ହେଲେ ଓଡିଶା ଭବନ ସ୍ପେଶାଲ ରେସିଡେନ୍ସିଆଲ କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୯୯୮ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଶ୍ରୀ ରବି କାନ୍ତଙ୍କୁ ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନର ସ୍ପେଶାଲ ରେସିଡେନ୍ସିଆଲ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବର୍ତମାନ ସେ ନୂଆଦିଲ୍ଲୀର ସିଆରସିର ଓଏସଡି ଦାୟିତ୍ୱରେ ଅଛନ୍ତି । ଏନେଇ ଶନିବାର ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।