ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଂ ପଞ୍ଜିକରଣ

କଟକ,ଏନ୍ଏନ୍ଏସ୍: ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଙ୍ଗ ପଞ୍ଜିକରଣ। କଟକ ବାରବାଟୀ ପ୍ୟାଲେସରେ ଆରମ୍ଭ। ୧୦୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ବୁକିଙ୍ଗ ପାଇଁ କରି ପାରିବେ ପଞ୍ଜିକରଣ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ଆରମ୍ଭ ହୋଇଛି ପ୍ଲଟ ବୁକିଙ୍ଗ। ଗୋଟିଏ ପ୍ଲଟ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ ୫୦୦୦ ଟଙ୍କା। ଜଣେ ବ୍ୟବସାୟୀ ସର୍ବାଧିକ ୩ଟି ପ୍ଲଟ ବା ୧୦୦୦ ବର୍ଗଫୁଟ ପାଇଁ କରିପାରିବେ ପଞ୍ଜିକରଣ। ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ଏହି ଐତିହାସିକ ବାଲିଯାତ୍ରା ।