- ନୂଆଦିଲ୍ଲୀ: ଦେଶରେ ସମଦ୍ତ ଶିକ୍ଷା ଯୋଜନା ୨.୦କୁ କ୍ୟାବିନେଟ ମଞ୍ଜୁରି ମିଳିଛି। ନୂଆ ଶିକ୍ଷା ଯୋଜନାରେ ସରକାରୀ ସ୍କୁଲରେ ବି ପ୍ଲେ ସ୍କୁଲ ଆରମ୍ଭ ହେବ। ବିବିଧ ଭାଷ. ବିଭିନ୍ନ କ୍ଷମତା ପୃଷ୍ଠଭୂମିର ପିଲାଙ୍କୁ ଶ୍ରେଣୀଗୃହରେ ସକ୍ରିୟ କରାଯିବ। ନୂଆ ଶିକ୍ଷା ଯୋଜନାରେ ମାଷ୍ଟର ଟ୍ରେନରଙ୍କ ଲାଗି ଉପଯୁକ୍ତ ତାଲିମ ବ୍ୟବସ୍ଥା କରାଯିବ। ଅଙ୍ଗନବାଡ଼ି କର୍ମୀଙ୍କ ବିଶେଷ ତାଲିମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପିଲାମାନେ କିଛିଦିନ ବିନା ବ୍ୟାଗରେ ଆସି ଆନୁଷଙ୍ଗିକ ଶିକ୍ଷା ନେବେ। ପ୍ରି-ପ୍ରାଇମେରୀ ପିଲାଙ୍କୁ ଶିକ୍ଷା ଉପକରଣ ଲାଗି ମୁଣ୍ଡିପଛା ୫୦୦ ଟଙ୍କା ଖର୍ଚ୍ଚ ହେବ। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପିଲାଙ୍କ ଯାତାୟାତ ପାଇଁ ମୁଣ୍ଡପିଛା ବାର୍ଷିକ ୬ ହଜାର ଟଙ୍କା ବ୍ୟବସ୍ଥା କରାଯିବ।