ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ଅଙ୍ଗନବାଡି ପକ୍ଷରୁ ବଣ୍ଟାଯାଇଥିବା ଅଣ୍ଡାରୁ ପ୍ଲାଷ୍ଟିକ ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ଗତ ଶନିବାର ଅଙ୍ଗନବାଡ଼ି ପକ୍ଷରୁ ଅଣ୍ଡା ବଣ୍ଟା ଯାଇଥିଲା। ଆଜି ସକାଳେ ସେହି ଅଣ୍ଡାକୁ ଗ୍ରାମର ଅର୍ଜୁନ ଜାମଡୁଲିଆ ଓ ଅନ୍ୟ କେତେକଙ୍କ ଘରେ ଅମଲେଟ ତିଆରି କଲାବେଳେ ସେଥିରୁ ପ୍ଲାଷ୍ଟିକ ବାହାରିଥିଲା।
