ରାଜଧାନୀରୁ ଆଜି ୧୧୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରୁ ମୋଟ ୨୯୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬୯୧ ଜଣ ସୁସ୍ଥ ହୋଇଛନ୍ତି। ୧୨୬୮ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ୧୮ଜଣଙ୍କ ମୃତ୍ୟୁ ହୋଇଛି।  ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଏକ ଘରୋଇ ହସ୍ପିଟାଲରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଲାସପଲ୍ଲୀରୁ ଗୋଟିଏ ପରିବାରରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୧୨୫ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି।

ସେହିପରି ୪୯ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ଆଚାର୍ଯ୍ୟ ବିହାରରୁ ୧, ବରମୁଣ୍ଡରୁ ୧, ଜୟଦେବ ବିହାରରୁ ୧, ସିଆରପିଏଫର ଜଣେ ଅଧିକାରୀ, ଖଣ୍ଡଗିରି ଅଞ୍ଚରରୁ ୧, ଡ଼ମଣାରୁ ୧, ପଟିଆ ଶିଖଚଣ୍ଡି ବିହାରରୁ ୧, ଖଣ୍ଡଗିରିରୁ୨, ଟଙ୍କପାଣି ରୋଡରୁ ୧, ଡ଼ୁମୁଡ଼ୁମାରୁ ୧, ସାଲିଆ ସାହିରୁ ୨, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୧, ବରମୁଣ୍ଡା ଜମନ୍ନାଥ ବିହାରରୁ ୧, ଆଇଆରସି ଭିଲେଜରୁ ୨, ଘରୋଇ ଡାକ୍ତରଖାନାରୁ ୨, ସୁନ୍ଦରପଦା ଆଜାଦ ନଗରରୁ ୧, ଭୋଇ ନଗରରୁ ୨, ବୁଦ୍ଧ ନଗରରୁ ୧, ରଙ୍ଗମାଟିଆରୁ ୧, ଟଙ୍କପାଣି ରୋଡ଼ର ଶିବନଗରରୁ ୧, ବରମୁଣ୍ଡାରୁ ୨, ଇନଫୋସିଟିରୁ ୧, ସତ୍ୟନଗରର ଏକ ଘରୋଇ ମେଡିକାଲରୁ ୧, ନୟାପଲ୍ଲୀରୁ ଜଣେ ପୋଲିସ କର୍ମଚାରୀ , ବଡ଼ଗଡ଼ ବ୍ରିଟକଲୋନୀରୁ ୧, ପଳାଶୁଣିରୁ ୧, ନନ୍ଦିନି ବିହାରରୁ ୧, ୟୁନିଟି ୮ର ସିବିଆଇ କଲୋନୀରୁ ୩, ଜଣେ ପୋଲିସ କର୍ମଚାରୀ, ସୂର୍ଯ୍ୟ ନଗରରୁ ୧, ସାସ୍ତ୍ରୀ ନଗରରୁ ୧, ଚମ୍ପାବତି ସାହିରୁ ୧, ନୟାପଲ୍ଲୀରୁ ଜଣେ ସାମ୍ବାଦିକ, ସାମନ୍ତରା ପୁରରୁ ୧, ପ୍ରଶାନ୍ତି ବିହାରରୁ ୧, ନିଳାଦ୍ରୀ ବିହାରରୁ ୧, ସହିଦ ନଗରରୁ ୧, ରାଧା କୃଷ୍ଣ ବସ୍ତିରୁ ୧, ଗ୍ୟାରେଜ ଛକରୁ ୧, ୟୁନିଟ ୨ରୁ ୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।