ଏସଓଜି ତାଲିମ କେନ୍ଦ୍ର ପରିସରରେ ଚାରା ରୋପଣ

କୋରାପୁଟ,ଏନ୍ଏନ୍ଏସ୍: ୭୧ତମ ବନ ମହୋତ୍ସବ ପାଳନ ଅବସରରେ କୋରାପୁଟ ବନାଞ୍ଚଳ ପକ୍ଷରୁ କୋରାପୁଟ ପୌରାଞ୍ଚଳ ଅଧୀନ ଡାଙ୍ଗଦେଉଳା ନିକଟ ଏସଓଜି(ସ୍ପେସିଆଲ୍ ଅପରେସନ୍ ଗ୍ରୁପ୍) ତାଲିମ୍ କେନ୍ଦ୍ର ପରିସରରେ ଚାରା ରୋପଣ କରାଯାଇଛି। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ଜିଲ୍ଲାପାଳ ମଧୂସୂଦନ ମିଶ୍ର, ଜିଲ୍ଲା ପରିଷଦ ସଭାପତି ତୂଳସୀ କିର୍ଷାନୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ. ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ। ନିମ୍ବ, ଅଁଳା, ବାହାଡ଼ା, ହରିଡ଼ା ଭଳି ବିଭିନ୍ନ ପ୍ରକାର ଔଷଧିୟ ଚାରା ଲଗାଯାଇଥିଲା। ଏସିଏଫଏ ଉମା ମହେଶ, ରଞ୍ଜନ କୁମାର ନାଗ, କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ।