୧ କେଜି ଗଞ୍ଜେଇ ଜବତ, ୪ ଗିରଫ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା କୁଞ୍ଜଛକ ନିକଟରୁ ସଦର ପୁଲିସ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଛି । ପୁଲିସ ୨୧ କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ମନମୁଣ୍ଡା ଥାନା ଅଞ୍ଚଳର ଦାମୋଦର ମହାଲିଙ୍ଗ ଓ ଯୋଗେଶ୍ୱର ପ୍ରଧାନ, ଛତିଶଗଡ଼ର ଗାୟତ୍ରୀ ଶୀଧର ଓ ସାହିଲ ସାହୁ ।

ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସଂନ୍ଧ୍ୟାରେ ସୋନପୁର ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ କୁଞ୍ଜଛକ ନିକଟରେ ଏକ ବାଇକରେ ଜଣେ ମହିଳା ଓ ପୁରୁଷ ଯାଉଥିବାବେଳେ ସନ୍ଦେହ କରି ଅଟକାଇଥିଲେ । ସର୍ଚ୍ଚ କରିବା ସମୟରେ ବାଇକରୁ ୨୧ କେଜି ୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଏହି ବାଇକକୁ ଆଉ ଗୋଟେ ବାଇକ ଏସକର୍ଟ କରି ଯାଉଥିବା ଜାଣି ତାକୁ ଧରିଥିଲେ ଏବଂ ଏମାନଙ୍କ ପାଖରୁ ୪ଟି ମୋବାଇଲ, ଗୋଟିଏ ଲେଖାଏଁ ପିସ୍ତଲ, ଜୀବନ୍ତ ଗୁଳି ଓ ମେଗାଜିନ ଜବତ କରିଥିଲେ । ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।