ଫିରିଙ୍ଗିଆରେ ଆବାସ ଯୋଜନା ସମ୍ପର୍କିତ ତାଲିମ ଶିବିର

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଆବାସ ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ମହାରଣା, ଗ୍ରାମ ରୋଜଗାର ସେବକ ଗୌରାଙ୍ଗ ଚରଣ କହଁର, ନାଏବ ସରପଞ୍ଚ କେତକୀ ବିଶୋଇ, ସଭ୍ୟ ଜସ୍ମିନୀ ଶବର ଓ ଗଣପତି ମଲ୍ଲିକ ଯୋଗ ଦେଇଥିଲେ । ଚଳିତ ବର୍ଷ ଆବାସ ଯୋଜନାରେ ୧୬୯ ଜଣଙ୍କ ନାମ ଆସିଥିବାବେଳେ ସେହି ଆବାସ ଯୋଜନା କିପରି ଭାବେ କାର୍ଯ୍ୟକାରୀ ହେବ ଏବଂ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଞ୍ଚାୟତର ୧୪ଟି ୱାର୍ଡର ୱାର୍ଡସଭ୍ୟ, ପଞ୍ଚାୟତର ସମସ୍ତ ଆବାସ ହିତାଧିକାରୀ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିଲେ । ଏଥିରେ ୩ ମାସ ଭିତରେ କାର୍ଯ୍ୟ ସମ୍ପୂର୍ଣ କଲେ ମିଳୁଥିବା ଲାଭ ଓ ଅନ୍ୟାନ୍ୟ ସୁବିଧା ଉପରେ ସଚେତନ କରାଯାଇଥିଲା ।