ଆଲିଆ ଓ ରଣବୀରଙ୍କ ଘରେ କୁନି ପରୀ

ମୁମ୍ବାଇ: ବଲିଉଡ ଦମ୍ପତି ଆଲିଆ ଭଟ୍ଟ ଓ ରଣବୀର କପୁର କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଆଲିଆ ସୂଚନା ପ୍ରଦାନ କରିଛନ୍ତି । ଆଲିଆ ଆଜି ସକାଳ ୮ଟା ୨୦ରେ ମୁମ୍ବାଇର ଏଚ.ଏନ ରିଲାୟନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ୧୨ଟା ୫ ମିନିଟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆଲିଆଙ୍କ ସହ ରଣବୀର, ନିତୁ କପୁର ଓ ସୋନି ରାଜଦାନ ଏବେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ, ରଣବୀର ଓ ଆଲିଆ ଚଳିତ ବର୍ଷ ଏପ୍ରିଲରେ ବିବାହ କରିଥିଲେ । ଉକ୍ତ ବିବାହରେ କେବଳ ବନ୍ଧୁ ଓ ପରିବାରବର୍ଗ ସାମିଲ ହୋଇଥିଲେ । ବିବାହର କିଛି ମାସ ପରେ ଆଲିଆ ଗର୍ଭବତୀ ଥିବା ନେଇ ସୂଚନା ପ୍ରଦାନ କରିଥିଲେ ।