ବ୍ରିଟେନରେ ୬ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା ଫାଇଜର ଟିକା

ନୂଆଦିଲ୍ଲୀ,ଏଜେନ୍ସି: ବିଗତ ୯ ମାସ ଧରି ସାରା ବିଶ୍ୱ କରୋନା ସଂକଟର ମୁକାବିଲା କରିଆସୁଛି। ଟିକା ପ୍ରସ୍ତୁତି ପାଇଁ ସମସ୍ତ ଦେଶର ଗବେଷକମାନେ ଦିନରାତି କାମ କରୁଛନ୍ତି। ଏହି ମଧ୍ୟରେ ଫାଇଜର ନାମକ ଏକ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେତେକ ରାଷ୍ଟ୍ର ପକ୍ଷରୁ ଅନୁମତି ମିଳିଛି। ବର୍ତ୍ତମାନ ନୂଆ ଷ୍ଟ୍ରେନର କରୋନା ଭାଇରସ ଲୋକଙ୍କର ଚିନ୍ତା ବଢ଼ାଇଛି।

ଏହି ମଧ୍ୟରେ ବ୍ରିଟେନ ସରକାର ମଧ୍ୟ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ବ୍ରିଟେନ ସରକାରଙ୍କ କହିବା ଅନୁସାରେ ୬ ଲକ୍ଷରୁ ଅଧିକ ବ୍ରିଟେନ ବାସିନ୍ଦାଙ୍କୁ ଫାଇଜର କଂପାନୀ ଦ୍ୱାରା ପ୍ରସ୍ତୁତ ବାଇଓ-ଏନ୍‌ଟେକ କୋଭିଡ-୧୯ ଟିକା ଦିଆଯାଇଛି। ଦେଶରେ ଚଳିତ ମାସ ପ୍ରଥମରୁ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ଜରୁରୀକାଳୀନ ସମୟରେ ଏହି ଟିକା ପ୍ରଦାନ କରାଯାଉଛି।