ବଣ୍ଡାଘାଟିରେ ପିକ୍ଅପ୍ ଭ୍ୟାନ ଓଲଟି ୪ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାଘାଟିରେ ଏକ ପିକ୍ଅପ୍ ଭ୍ୟାନ ଓଲଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପିକ୍ଅପ୍ ଭ୍ୟାନଟି ଖଇରପୁଟରୁ ମୁଦୁଲିପଡ଼ା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗୁଲୁଙ୍ଗପଦର ଗ୍ରାମର ଗର୍ଭବତୀ ବଣ୍ଡା ମହିଳା ଗୁରୁବାରୀ ମୁଦୁଲି, ବାଣ୍ଡିଗୁଡ଼ା ଗ୍ରାମର ହାଡ଼ି କିରସାନୀ, ବନ୍ଧଗୁଡ଼ା ଗ୍ରାମର ସୁକାନ୍ତି କିରସାନୀ, ପୋଡେଲଗୁଡ଼ା ଗ୍ରାମର ସମ୍ବାରୀ ଚାଲାଣ ଗୁରୁତ୍ୱର ଆହତ ହୋଇଥିଲେ। ସେମାନଙ୍କୁ ଖଇରପୁଟସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗର୍ଭବତୀ ମହିଳା ଗୁରୁବାରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଛି।