ଭାରସାମ୍ୟ ହରାଇ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟ ବୁଲାଣିରେ ରବିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ୬ ଗୋରୁଙ୍କୁ ଉଦ୍ଧାର କରିଛନ୍ତି।

ଦୁର୍ଘଟଣାରେ ପିକଅପରେ ଥିବା ଗୋରୁ ଗୁଡିକ ମଧ୍ୟ ଆହତ ହୋଇଛନ୍ତି। ପାଟଣା ପୁଲିସ ସ୍ଥାନୀୟ ଏଲଆଇଙ୍କ ଦ୍ଵାରା ଗୋରୁଙ୍କ ଚିକିତ୍ସା କରାଇ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି। ଢେଙ୍କିକୋଟ ପଟୁ କରଞ୍ଜିଆ ଆଡ଼କୁ ଯାଇଥିବା ଏକ ଗୋରୁ ବୋଝେଇ ପିକଅପ ଭ୍ୟାନଟି ପ୍ରଥମେ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କାଦେବା ପରେ ରାସ୍ତା କଡରେ ଥିବା ଚରଣ ନାଏକଙ୍କ ଘରକୁ ଧକ୍କା ଦେଇଥିଲା। ତେବେ ଘର ଭିତରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।