ପିକ୍‌ଅପ୍‌ ବାଇକ୍ ଧକ୍କା, ଜଣେ ମୃତ

ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲାର ଧଳପୁର ପୁରୁଣାକଟକ ଠାରେ ରବିବାର ଏକ ପିକ୍‌ଅପ୍‌ଭ୍ୟାନ ସହ ଏକ ବାଇକ୍ ଧକ୍କା ହେବାରେ ବାଇକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣଙ୍କପୁରୁଣାକଟକ ଅଞ୍ଚଳର ହେମନ୍ତ ରାଜସିଂ ବୋଲି ଜଣାପଡ଼ିଛି। ସେ ଅପରାହ୍ଣରେ ଉଦୟପୁରକୁ ଯାଉଥିବାବେଳେ ଏକ ପିକ୍‌ଅପ୍‌ଭ୍ୟାନ ତାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ହେମନ୍ତ ତଳକୁ ଖସିପଡ଼ିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସେହିପରି ଭ୍ୟାନ୍‌ ଚାଳକ ଏବଂ ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ତେବେ ଏହି ଘଟଣାର ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।